୪୦୦ ଜଣଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

ମୁମ୍ବାଇ : ମହାରାଷ୍ଟ୍ର ବିଡ୍‌ରେ ଲଜ୍ଜାଜନକ ଘଟଣା। ଜଣେ ନାବାଳିକାଙ୍କୁ ୪୦୦ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୩ ଜଣଙ୍କକୁ ଗିରଫ କରିଛି।

ଖବର ଅନୁଯାୟୀ ଜଣେ ୧୬ ବର୍ଷୀୟ ଯୁବତୀ ୬ ମାସ ଭିତରେ ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ବିଡ୍‌ର ଏସ୍‌ପି ରାଜା ରାମାସ୍ୱାମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ପୀଡିତାଙ୍କ ଅଭିଯୋଗ ତାଙ୍କ ସହ ଅନେକ ଲୋକ ଦୁଷ୍କର୍ମ କରିଛନ୍ତି। ସେ ବହୁବାର ଅମ୍ବାଜଗୋଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ହେଁ ପୋଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏପରିକି ଜଣେ ପୋଲିସ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା କହିଛନ୍ତି। ପୀଡିତା ଏବେ ଦୁଇ ମାସ ଗର୍ଭବତୀ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button