ବିଜେପି କାର୍ଯ୍ୟାଳୟ ଉପରକୁ ଢେଲାମାଡ଼, ମୁଖପାତ୍ରଙ୍କୁ ଆକ୍ରମଣ

ଭୁବନେଶ୍ଵର : ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ଢେଲା ମାଡ ଓ ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ଦୁର୍ବୃତ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଗତକାଲି ରାତି ପ୍ରାୟ ୮ଟା ସମୟରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଗଲା ପରେ ଦୁଇଜଣ ଦୁର୍ବୃତ୍ତ ଖରାପ ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟ ଭିତରକୁ ପଶି ପଥର ଫିଙ୍ଗିବା ସହ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ମୁଖପାତ୍ର ବିରଞ୍ଚି ତ୍ରିପାଠୀ। ତାଙ୍କ କହିବା ଅନୁଯାୟୀ ଏହି ସମୟରେ ଆମର ଅନ୍ୟ କର୍ମକର୍ତ୍ତାମାନେ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ସେମାନେ ଆମ କର୍ମକର୍ତ୍ତାଙ୍କୁ ଭୁଲମାଗିବାରୁ ସେମାନଙ୍କୁ ଛାଡ଼ିଦେଇ ଘଟଣା ସମ୍ପର୍କରେ ପୋଲିସକୁ ଫୋନ କରି ଜଣାଇଥିଲୁ। ରାତି ୧୧ଟାରେ ଦୁଇ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଉପରକୁ ପଥର ମାଡ଼ କରିଥିଲେ। ଆମେ ପିସିଆରକୁ ଜଣାଇଥିଲୁ। ପୋଲିସ ପହଞ୍ଚିବା ପରେ ମୁଁ କାର୍ଯ୍ୟାଳୟ ବାହାରେ ଠିଆ ହୋଇଥିଲି। ପୁନର୍ବାର ସେହି ଦୁଇଜଣ ଆସି ମୋତେ ଗାଳିଗୁଲଜ କରି ମୋ ଉପରକୁ ପଥରମାଡ଼ କରିଥିଲେ। ଆଉ ବିଜେପି କାର୍ଯ୍ୟାଳୟକୁ ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ। ସେମାନଙ୍କୁ ପୋଲିସ କାବୁ କରିଛି।

Leave a Reply

Your email address will not be published. Required fields are marked *

Back to top button