ଭତ୍ତା ନମିଳିଲେ ବିଷ ପିଇବି : ହିତାଧିକାରୀଙ୍କ ଚରମବାଣୀ

janatakhabar.in

କେନ୍ଦୁଝର : ହାଟଡିହି ବ୍ଳକ ସଡଙ୍ଗ ପଞ୍ଚାୟତର ବୃଦ୍ଧ ଦାଶରଥୀ ଜେନାଙ୍କୁ ୪ ସାସ ହେଲା ଭତ୍ତା ମିଳିନି। ଏହି ସମସ୍ୟାକୁ କେହି ଗୁରୁତ୍ଵ ଦେଉନଥିବାରୁ ଶେଷରେ ଦାଶରଥୀଙ୍କୁ ବିଷ ବୋତଲ ଧରି ଧାରଣାରେ ବସିବାକୁ ପଡିଛି। ସେ ଚରମବାଣୀ ଶୁଣାଇଛନ୍ତି ଭତ୍ତା ଦିଅ ନହେଲେ ବିଷ ପିଇ ଜୀବନ ହାରିବି।

ଖବର ଅନୁଯାୟୀ ଭତ୍ତା ପାଇଁ ଦାଶରଥୀ ବହୁବାର ବ୍ଳକ ଓ ବ୍ୟାଙ୍କ କାର୍ଯ୍ୟାଳୟ ଯାଇ ନିରାଶ ହେବାରୁ ଗତକାଲି ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିଥିଲେ। କେବଳ ଦାଶରଥୀ ନୁହଁନ୍ତି ସଡ଼ଙ୍ଗ ପଞ୍ଚାୟତର ୪୦ରୁ ଅଧିକ ଲୋକ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଲୋକେ ନିୟମିତ ଭତ୍ତା ପାଉଥିଲେ। ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା ପରେ ଏହି ସମସ୍ୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *