ମାନବିକତା ବଞ୍ଚିଛି : ଅଚିହ୍ନା ମହିଳାଙ୍କ ଶବ ଉଠାଇଲେ ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଚାଳକ

ଘସିପୁରା : ଯାହାର କେହି ନାହିଁ ତାହାର ଜଗନ୍ନାଥ ଭରସା ବୋଲି କୁହାଯାଏ। ସେହିପରି ଜଣେ ଅଚିହ୍ନା ମହିଳାଙ୍କ ପାଇଁ କାମ କରିଛନ୍ତି। ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଚାଳକ। ଦୁହେଁ ସେଇ ମହିଳାଙ୍କ ଶବ ଉଠାଇ ମାନବିକତା ଦେଖାଇଛନ୍ତି। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ଦାନ୍ତିଆ ଗ୍ରାମରେ ଏହି ଘଟଣା ଘଟିଛି।
ଖବର ଅନୁଯାୟୀ ସାଇଁକୁଳ ଫାଣ୍ଡି ଅଞ୍ଚଳରେ ଦୀର୍ଘଦିନ ହେଲା ଜଣେ ମହିଳା ମାନସିକ ଭାରସ୍ୟମ ହରାଇ ବୁଲୁଥିଲେ। କୈଣସି କାରଣରୁ ବୁଧବାର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସାଇଁକୁଳ ଫାଣ୍ଡିକୁ ଏ ବିଷୟରେ ଜଣାଇବାରୁ ସେଠାରେ ପହଞ୍ଚିଥିଲେ ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାଏକ। ଆମ୍ବୁଲାନ୍ସ ଡ଼କାଯାଇଥିଲା। ହେଲେ ସୁଇଫର ଆସିଲେନି। ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର କାହ୍ନୁ ଚରଣ ଜେନା ଓ
ଫାଣ୍ଡି ଅଧିକାରୀ ମହିଳାଙ୍କ ଶବ ଉଠାଇଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା।

ସବୁଠାରୁ ଦୁଃଖର ବିଷୟ ଗ୍ରାମବାସୀ ସବୁ ଦେଖୁଥିଲେ କିନ୍ତୁ ସହଯୋଗ କରିନଥିଲେ। ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି। ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି।