ଘାଟିରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

କେନ୍ଦୁଝର : ଯାତ୍ରା ପାର୍ଟି ତାରିଣୀ ଗଣନାଟ୍ୟର ଟ୍ରକ୍ କାଞ୍ଜିପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ ବାଲେଶ୍ୱରର ତାରିଣୀ ଗଣନାଟ୍ୟ ତେଲକୋଇ ଦୁଲ୍ଲଭପୁର ଗାଁ’ରେ ଯାତ୍ରା ପରିବେଷଣ କରିବ। ସେଥିପାଇଁ ଆବଶ୍ୟକ ଜିନିଷ ଟ୍ରକ୍ରେ ପଠାଇଥିଲା। ହେଲେ ଗାଡିଟି କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ସୁରକ୍ଷା ବାଡ଼ରେ ଚଢ଼ି ଯାଇଥିଲା। ଫଳରେ ଟ୍ରକ୍ରେ ଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିଲେ। ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି।