ଭାରତ ଉପରେ ଇସ୍ରାଏଲ ପରି ଆକ୍ରମଣର ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ : ଭାରତ ଉପରେ ଇସ୍ରାଏଲ ପରି ଆକ୍ରମଣ କରାଯିବ। ଏହି ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍।
ଖବର ଅନୁଯାୟୀ ଭାରତରେ ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସର ମୁଖ୍ୟ ପନ୍ନୁନର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ପନ୍ନୁନ୍ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ-ପାଲେଷ୍ଟାଇନ ବିବାଦରୁ ଶିକ୍ଷା ଲାଭ କରିବା ଉଚିତ୍। ପଞ୍ଜାବରୁ ପାଲେଷ୍ଟାଇନ ଯାଏ ବେଆଇନ ଦଖଲ ଅଧୀନରେ ଥିବା ଲୋକମାନେ ଏବେ ପ୍ରତିକ୍ରିୟା ପ୍ରକାଶ କରିବେ। ଭୟଙ୍କର ହିଂସା ଦେଖାଯିବ। ଭାରତରେ ଇସ୍ରାଏଲ ପରି ପରିସ୍ଥିତି ସୃଷ୍ଟି ହେଇପାରେ। ଯଦି ଭାରତ ପୂର୍ବଭଳି ପଞ୍ଜାବକୁ ଦଖଲ କରି ରଖିବ ତା’ହେଲେ ନିଶ୍ଚିତ ପ୍ରତିକ୍ରିୟା ପ୍ରକାଶ ପାଇବ। ଭାରତ ଓ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଦାୟୀ ରହିବେ। ପନ୍ନୁନ୍ କହିଛି ବାଲାଟ ଓ ଭୋଟରେ ବିଶ୍ୱାସ କରେ। ପଞ୍ଜାବର ମୁକ୍ତି ନିଶ୍ଚିତ। ବାଲାଟ ନା ବୁଲେଟ ତାହା ଭାରତ ଏବେ ସ୍ଥିର କରୁ। ଏହାପୂର୍ବରୁ ପନ୍ନୁନ ଅନେକ ଥର ଭାରତକୁ ଧମକ ଦେଇଛି।