ପୋଷ୍ଟର ୱାର : ବିଜେପିର ରାବଣ ପୋଷ୍ଟରକୁ କଂଗ୍ରେସର ଆଦାନି କଣ୍ଢେଇ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ୱାର। ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ ଭାବେ ପୋଷ୍ଟରରେ ଚିତ୍ରଣ କରିଥିଲା ବିଜେପି। କଂଗ୍ରେସ ଏହାର କାଉଣ୍ଟର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ କଣ୍ଢେଇ ଭାବେ ଚିତ୍ରଣ କରାଯାଇଛି।

ଖବର ଅନୁଯାୟୀ କଂଗ୍ରେସ ଜାରି କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗମୁଦ୍ରାରେ ଥିବା ବେଳେ ଏହାର ଶୀର୍ଷକ ଆଦାନି ରଖାଯାଇଛି। କଣ୍ଢେଇକୁ ନଚାଇଲା ଭଳି ମୋଦିଙ୍କ ହାତରୁ ଏକାଧିକ ତାର ବାହାରିଥିବା ଫଟୋରେ ଦେଖିବାକୁ ମିଳୁଛି। ବୁଧବାର କଂଗ୍ରେସ ପକ୍ଷରୁ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଜାରି କରାଯାଇ କୁହାଯାଇଥିଲା ସବୁଠାରୁ ବଡ଼ ମିଛୁଆ। ଏହାପରେ ମୋଦିଙ୍କ ସହ ଅମିତ ଶାହଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ଏହାର ଟାଇଟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଜୁମଲା ବୟ ରଖାଯାଇଥିଲା।

ଗୁରୁବାର ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଲେଖିଥିଲା “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।” ସୋରୋସ ହେଉଛନ୍ତି ହଙ୍ଗେରୀ-ଆମେରିକାନ ବ୍ୟବସାୟୀ। ସେ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଚାନ୍ଦା ଦିଅନ୍ତି ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ବୋଲି ବିଜେପି ସର୍ବାଦା ଅଭିଯୋଗ କରି ଆସୁଛି।

Leave a Reply

Your email address will not be published. Required fields are marked *

Back to top button