ୱାର୍ଡସଭ୍ୟଙ୍କ ମୁଣ୍ଡ ଫଟାଇ ଏଏସ୍ଆଇ ନିଲମ୍ବିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଏଏସ୍ଆଇ ନିରଞ୍ଜନ ମହାନ୍ତି ନିଲମ୍ବିତ। ୱାର୍ଡସଭ୍ୟଙ୍କ ମୁଣ୍ଡ ଫଟାଇବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ ଜଣେ ସମ୍ପର୍କୀୟ ମାମଲାରେ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାରେ ଆଇଆଇସି ନଥିବାରୁ ନବକିଶୋର ଥାନା ବାହାରକୁ ଆସି ଫୋନ୍ରେ କଥା ହେଉଥିଲେ। ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ ହେଁ ଫୋନ୍ରେ କଥା ହେଉଥିବାରୁ ସେ ଶୁଣିପାରିନଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଏସ୍ଆଇ ପ୍ରଥମେ ଟେକା ଫିଙ୍ଗିଥିଲେ। ତାହା ନବାଜିବାରୁ ନିକଟକୁ ଯାଇ ଗାଳିଗୁଲଜ କରିବା ସହ ପଥର ଉଠାଇ ନବକିଶୋରଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଅନ୍ୟଜଣେ ସମିତି ସଭ୍ୟ ଈଶ୍ଵର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଏଏସ୍ଆଇଙ୍କ ବିରୋଧରେ ଆହତ ୱାର୍ଡ ସଭ୍ୟ ନବ କିଶୋରଙ୍କ ପତ୍ନୀ ଏତଲା ଦେଇଛନ୍ତି।