ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଅନୁୁଗୁଳ ବାସଭବନ ସମେତ ଭୁବନେଶ୍ୱର ଓ ଖୋର୍ଦ୍ଧା ଆଦି ୯ଟି ସ୍ଥାନରେ ଚଢଉ ଚାଲିଛି।

ଖବର ଅନୁଯାୟୀ ପ୍ରସନ୍ନ କୁମାର ପାଣି ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ। ସେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କ ପାଲଲହଡ଼ା ବିଇଓ ଅଫିସ, ଉଦୟ ବିହାର ଭଡ଼ା ଘର, ରାଜଧାନୀର ସୁନ୍ଦରପଦାରେ ୩୬୭ ଓ ୬୬୬ ପ୍ଲଟରେ ଥିବା ଦୁଇଟି ତିନି ମହଲା କୋଠା, ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ ନିକଟ ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ ଚାଲିଛି। ଏହି ସମୟରେ ବିପୁଳ ପରିମାଣର ଟଙ୍କା, ସୁନା-ରୁପା ଜବତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button