କିମ୍‍ସରେ ଆରମ୍ଭ ହେଲା ସନ୍ଧ୍ୟା କ୍ଲିନିକ୍‌

ଭୁବନେଶ୍ୱର : କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଓ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍ ବା ସନ୍ଧ୍ୟା କ୍ଲିନିକ୍‍ କାଳୀନ ଚିକିତ୍ସା ବ୍ୟବସ୍ଥାର ଆରମ୍ଭ ହୋଇଛି। ଏହାଦ୍ୱାରା ଯେଉଁ ଲୋକମାନେ ଦିନ ତମାମ ବ୍ୟସ୍ତ ରହୁଛନ୍ତି ସେମାନେ ନିଜ କାମ ଶେଷ କରିବା ପରେ କିମ୍‍ସରେ ଓଡ଼ିଶାର ଶ୍ରେଷ୍ଠ ବିଶେଷଜ୍ଞଙ୍କ ଡାକ୍ତରମାନଙ୍କ ପରାମର୍ଶ ନେଇପାରିବେ।

ଡାକ୍ତରମାନେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀ ଦେଖିବେ। ସେହିପରି ପ୍ରତି ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଭିନିଂ କ୍ଲିନିକ୍‌ରେ ମଧ୍ୟ ରୋଗୀ ଦେଖିବେ: ଡ଼ ଅଚ୍ୟୁତ ସାମନ୍ତ କିମ୍‌ସ ସୁପର ସ୍ପେଶାଲିଟି ହସ୍ପିଟାଲ ଓ କର୍କଟ କେନ୍ଦ୍ରରେ ଅନ୍ୟ ନିୟମିତ ଓପିଡି ସେବା ସୋମବାରରୁ ଶନିବାର ପର୍ଯ୍ୟନ୍ତ ଚାଲିବ।

କିମ୍‌ସରେ ରୋଗୀମାନଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନା ସହିତ ଏହି ଇଭନିଂ କ୍ଲିନିକ୍ ଆରମ୍ଭ କରାଯାଇଛି। ଶ୍ରୀ ସାମନ୍ତ ଇଭିନିଂ କ୍ଲିନିକ୍ କିମ୍‌ସକୁ ଆଉ ଏକ ରୋଗୀ-ସୁଲଭ ପଦକ୍ଷେପ ଭାବରେ ପରିକଳ୍ପନା କରିଛନ୍ତି । ଯାହା ଏହାର ଉନ୍ନତ ଯତ୍ନ ଏବଂ ଚିକିତ୍ସା ପାଇଁ ଦୂରଦୂରାନ୍ତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଇଭିନିଂ କ୍ଲିନିକରେ ପ୍ରମୁଖ ବିଭାଗର ବିଭିନ୍ନ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଏଥିରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, କର୍ଣ୍ଣ-ନାସା-ଗଳା, ଚକ୍ଷୁ ରୋଗ, ପଲମୋନାରୀ ମେଡିସିନ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋଲୋଜି, ମାନସିକ ରୋଗ, ଏଣ୍ଡୋକ୍ରିନୋଲୋଜି, ର‌୍ୟୁମାଟୋଲୋଜି, ଚର୍ମରୋଗ, ପ୍ରସୂତି ଓ ସ୍ତ୍ରୀ ରୋଗ, ଅସ୍ଥିଶଲ୍ୟ, କାର୍ଡିଓଲୋଜି, ନେଫ୍ରୋଲୋଜି ଏବଂ ପ୍ରଜନନ ମେଡିସିନ (ଆଇଭିଏଫ)ର ବିଶେଷଜ୍ଞ ରୋଗୀଙ୍କୁ ପରାମର୍ଶ ଦେବେ। ଇଭିନିଂ କ୍ଲିନିକ୍‌, ସୁପର ସ୍ପେଶାଲିଟି ଓପିଡି କିମ୍ବା କର୍କଟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ପାଇଁ ବ୍ୟକ୍ତିମାନେ ୦୬୭୪-୭୧୧୧୦୧୧ କିମ୍ବା ୭୬୮୨୮୦୬୫୭୧ ଫୋନ୍ କରି ଅଗ୍ରୀମ ବୁକିଂ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button