ବଜ୍ରପାତରେ ୪ ମୃତ : ଚାଳଘରେ ଜଳିଗଲା ନାବାଳିକା

janatakhabar.in

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଚାଷ କାମରେ ନିୟୋଜିତ ୩ ଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ଚାଳଘରେ ଥିବା ନାବାଳିକା ଜଳି ଯାଇଛି।

ଖବର ଅନୁଯାୟୀ କଳାହାଣ୍ଡି ଧର୍ମଗଡ଼ ବ୍ଲକର ଚିତାମୁଣ୍ଡା ଗ୍ରାମରେ ବ୍ରଜପାତରେ ଶାନ୍ତି ଲିମଗଛିଆ ରୂପେ ନିମଗଛିଆ ଓ ଲତା ନିମଗଛିଆ ଜମିରେ କାମ କରି ଫେରୁଥିବା ବେଳେ ବ୍ରଜପାତରେ ମୃତ୍ୟୁ ହୋଇଛି। ସେହିପରି କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁରେ ବଜ୍ରାଘାତରେ ନାବାଳିକା ଅମ୍ବିକା ହରିଜନର ମୃତୁ ହୋଇଥିବା ଜଣାପଡିଛି। ସେ ଚାଳଘରେ ଏକୁଟିଆ ଥିଲେ। ବଜ୍ରାଘାତ ଯୋଗୁଁ ଚାଳ ଘରର କିଛି ଅଂଶ ପୋଡିଯିବା ସହ ନାବାଳିକାର ମୃତୁ ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *