ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ନୂଆ ୫ଟି ସହର ଓ ଅନ୍ୟ ୧୩ ସହରର ୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଆରମ୍ଭ ହେଉଛି। ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କଲେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ। ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି। ସେହି ୫ଟି ସହର ହେଲା ନିମାପଡ଼ା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର। ଏହା ଦ୍ୱାରା ୩୦ହଜାର ପରିବାର ଉପକୃତ ହେବେ। ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ହେଉଛି ଓଡ଼ିଶା। ୧୩ଟି ସହରର ୧୪୯ ୱାର୍ଡରେ ୨୪ଘଣ୍ଟିଆ ସୁବିଧା ମିଳୁଛି।

Leave a Reply

Your email address will not be published. Required fields are marked *

Back to top button