ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ : ବିଜେପି ୨ୟ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବା ବିଜେପି ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଦିଆଯାଇଛି ଟିକେଟ୍। ଏମାନଙ୍କ ମଧ୍ୟରେ ପ୍ରହ୍ଲାଦ ପଟେଲ, ନରେନ୍ଦ୍ର ସିଂ ତୋମାର ଓ ଫଗନ ସିଂ କୁଲସ୍ତେ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି।

ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଡିମନି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ। ଇନ୍ଦୋର-୧ ଆସନରୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କୁ ନିବାସ ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଦଳୀୟ ସାଂସଦ ରାକେଶ ସିଂହ ଜବଲପୁର ପଶ୍ଚିମଆସନରୁ ଓ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନରସିଂହପୁର ଆସନରୁ ପ୍ରାର୍ଥୀ ହେବେ।

ସୂଚନାଯୋଗ୍ୟ ଗତ ୧୫ ତାରିଖରେ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ସେଥିରେ ୩୯ ଜଣଙ୍କୁ ଟିକେଟ୍ ଦିଆଯାଇଥିଲା। ସେହପରି ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି।

Leave a Reply

Your email address will not be published. Required fields are marked *

Back to top button