ଗ୍ୟାସ ଡିଷ୍ଟ୍ରିବ୍ୟୁଟରଙ୍କ କମିଶନ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏଲପିଜି ଡିଷ୍ଟ୍ରିବ୍ୟୁଟରଙ୍କ କମିଶନ ସିଲିଣ୍ଡର ପିଛା ୬୪.୮୪ ପଇସା କମିଶନ ଧାର୍ଯ୍ୟ କରିଥିଲେ। ଏବେ ଡିଷ୍ଟ୍ରିବ୍ୟୁଟର କମିଶନ ୭୩.୦୮ ପ୍ଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ତୈଳ ବିପଣନ କମ୍ପାନୀ (ଓଏମସି)ଙ୍କୁ ଏ ସମ୍ପର୍କରେ ପତ୍ର ଜାରି କରିଛି।
ଖବର ଅନୁଯାୟୀ ଜାରି ହୋଇଥିବା ସର୍କୁଲାର ଅନୁସାରେ ୧୪.୨ କେଜି ସିଲିଣ୍ଡର ପିଛା ଡିଷ୍ଟ୍ରିବ୍ୟୁଟର କମିସନ ସଂଶୋଧନ କରାଯାଇ ୭୩.୦୮ ପଇସା ସୂଚିତ ହୋଇଛି। ଏଥିରେ ଡିଷ୍ଟ୍ରିବ୍ୟୁଟରଙ୍କ ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ୩୯.୬୫ ଟଙ୍କା ଥିବାବେଳେ ଡେଲିଭର ଚାର୍ଜ ସିଲିଣ୍ଡର ପିଛା ୩୩ଟଙ୍କା ୪୩ ପଇସା ରହିଛି। ସେହିପରି ୫ କେଜି ସିଲିଣ୍ଡର ଉପରେ ମଧ୍ୟ ଡିଷ୍ଟ୍ରିବ୍ୟୁଟର କମିଶନ ବୃଦ୍ଧି ହୋଇଛି। ଏଥିରେ ୧୯.୮୨ ପଇସା ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ଓ ସିଲିଣ୍ଡର ପିଛା ଡେଲିଭରି ଚାର୍ଜ ୧୬.୭୨ ଟଙ୍କା ରହିଛି।