ବିଶ୍ୱର ପ୍ରଥମ ଏଆଇ ରୋବୋ ସିଇଓ ‘ମିକା’

ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ କମ୍ପାନୀ ଡିକ୍ଟେଡର ‘ମିକା’ ନାମକ ଏଆଇ ପରିଚାଳିତ ରୋବୋକୁ ସିଇଓ ଭାବେ ନିଯୁକ୍ତି ଦେଇଛି। ଡିକ୍ଟେଡର ଓ ହଂକଂର ରୋବୋଟିକ୍ସ କମ୍ପାନୀ ହାନ୍‌ସନ ରିସର୍ଚ୍ଚ ପ୍ରୋଜେକ୍ଟରେ ‘ମିକା’ ବିକଶିତ ହୋଇଛି।

ଖବର ଅନୁଯାୟୀ ହାନ୍‌ସନ ରୋବୋଟିକ୍ସ ଗ୍ରାହକ ସେବା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ପାଇଁ ମଣିଷ ଭଳି ରୋବୋ ନିର୍ମାଣ କରୁଛି। ସେଥିପାଇଁ ଏହି କମ୍ପାନୀକୁ ମିଳିଛି ଲୋକପ୍ରିୟତା। ‘ମିକା’ ୨୦୧୫ରେ ହଂକଂରେ ସକ୍ରିୟ କରାଯାଇଥିବା ରୋବୋ ଭଉଣୀ ସୋଫିଆର ଉନ୍ନତ ସଂସ୍କରଣ। ଡିକ୍ଟେଡର କହିଛି କମ୍ପାନିର ସିଇଓ ଭାବେ ‘ମିକା’ ଆର୍ଟହାଉସ୍‌ ସ୍ପିରିଟ୍ସ ଡିଏଓ ପ୍ରୋଜେକ୍ଟ ଓ ଡିଏଓ ସମୁଦାୟ ସହିତ କମ୍ପାନୀ ପକ୍ଷରୁ ଯୋଗାଯୋଗ ଦାୟିତ୍ୱ ନିର୍ବାହ କରିବ।

୨୦୨୨ ସେପ୍ଟେମ୍ବର ୧ ତାରିଖରେ ‘ମିକା’ କ୍ୟାରିଅର ଆରମ୍ଭ କରିବା ପରଠାରୁ ଡିକ୍ଟେଡରକୁ ପ୍ରତିନିଧିତ୍ୱ କରିବା ପାଇଁ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ନଜର ଆସିଛି। ଡିକ୍ଟେଡର ୟୁରୋପର ଅଧ୍ୟକ୍ଷ ମରେକ ଜୋଲଡ୍ରାଉସ୍କି ‘ମିକା’କୁ ନିଯୁକ୍ତ କରିବାର ନିଷ୍ପତ୍ତିକୁ ଯୁଗାନ୍ତକାରୀ ଓ ନିର୍ଭୀକତା ବୋଲି କହିଛନ୍ତି। ଏଆଇ ଦ୍ୱାରା ପରିଚାଳିତ ବିଶ୍ୱର ଏହି ପ୍ରଥମ ମାନବ ରୋବୋ ବିଶ୍ୱ ପରିବର୍ତ୍ତନ କରିବ। ହାନ୍‌ସନ ରୋବୋଟିକ୍ସର ସିଇଓ ଡେଭିଡ୍‌ ହାନ୍‌ସନ କହିଛନ୍ତି ମାନବୀକୃତ ଏଆଇ ଟେକ୍ନୋଲୋଜିର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ତାଙ୍କର ଉଦ୍ଦେଶ୍ୟ। ମୁଁ ଦୃଢ଼ ଭାବେ ଅନୁଭବ କରେ ଲୋକଙ୍କ ଧ୍ୟାନ ରଖିବାକୁ ଆମକୁ ଏଆଇକୁ ଶିକ୍ଷା ଦେବା ଜରୁରୀ। ସୂଚନାଯୋଗ୍ୟ ଅକ୍ଟୋବର ୩୧ ତାରିଖରେ ପୋଲାଣ୍ଡର ୱାର୍‌ସଠାରେ ଅନୁଷ୍ଠିତ ୨୦୨୩/୨୪ କଲେଜିୟମ୍‌ ହ୍ୟୁମାନମ୍‌ ୟୁନିଭର୍ସିଟି ଉନ୍ମୋଚନ ଅବସରରେ ‘ମିକା’କୁ ସ୍ୱତନ୍ତ୍ର ସମ୍ମାନସୂଚକ ପ୍ରଫେସର ଟାଇଟଲ୍‌ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button