କୀଟନାଶକ ନୁହେଁ ଫସଲରେ ମଦ ସିଞ୍ଚନ କରୁଛନ୍ତି ଚାଷୀ

ଭୋପାଳ : ଫସଲରେ କୀଟନାଶକ ଦମନ ପାଇଁ ମଦର ବ୍ୟବହାର। ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର କୃଷକମାନେ ମୁଗ କିଆରୀରେ ମଦ ସିଞ୍ଚନ କରୁଛନ୍ତି। କେବଳ ମୁଗ ନୁହେଁ ଅନ୍ୟ କେତେକ ଫସଲରେ ହଳଦୀ ଓ କ୍ଷୀର ମଧ୍ୟ ବ୍ୟବହାର କରୁଛନ୍ତି।

ଖବର ଅନୁଯାୟୀ ନର୍ମଦାପୁରମର କୃଷକମାନେ ବିଶ୍ୱାସ କରନ୍ତି ମଦ ସିଞ୍ଚନ ଦ୍ୱାରା ମୁଗ ଗଛ ବଢେ। ଅନେକ ଚାଷୀ ୧୧ ଲିଟର ଓ ୧୬ ଲିଟର ସ୍ପ୍ରେ ମେସିନରେ ୧୦୦ ମିଲିଲିଟର ଦେଶୀ ଓ ବିଦେଶୀ ମଦ ସିଞ୍ଚନ କରିଥାନ୍ତି। ଏହାର ଏକ ଉଦାହରଣ ହେଲା ନର୍ମଦାପୁରମ୍ ଜିଲ୍ଲାର ନାଇଖେଡ଼ା ଗ୍ରାମର ଚାଷୀ ପ୍ରେମଶଙ୍କର ପଟେଲଙ୍କର ୫ ଏକର ଜମି ରହିଛି। ସେ କହିଛନ୍ତି ଫସଲରେ କୀଟନାଶକ ପ୍ରୟୋଗ ତୁଳନାରେ ମଦ ସିଞ୍ଚନ କରିବା ଶସ୍ତା ହେଉଛି। ମୁଗରେ କୀଟନାଶକ ସିଞ୍ଚନ ପାଇଁ ଏକର ପିଛା ୧୦୦ରୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦେଶୀମଦ ପାଇଁ ଏକର ପିଛା ମାତ୍ର ୧୦ରୁ ୧୨ ଟଙ୍କା ଖର୍ଚ୍ଚ ହୋଇଥାଏ। ମୁଗ ବୁଣିବାର ୪୦ ଦିନ ପରେ ମଦ ସିଞ୍ଚନ କରାଗଲେ ଭଲ ଅମଳ ହେଉଥିବା ସେ କହିଛନ୍ତି।

ସେହିପରି ଅନେକ ଚାଷୀ ପାଣିରେ ଦେଶୀ ଓ ମହୁଲି ମଦ ମିଶାଇ ସିଞ୍ଚନ କରୁଛନ୍ତି। ଆଉ ଜଣେ ଚାଷୀ ଘାସିରାମ କହିଛନ୍ତି କୀଟନାଶକର ଦାମ୍ ଅଧିକ ଥିବାରୁ ଫସଲକୁ ବଞ୍ଚାଇବା ପାଇଁ ମଦ ବ୍ୟବହାର ଆରମ୍ଭ ହୋଇଛି। ଫଳରେ କୀଟପତଙ୍ଗଙ୍କ କବଳରୁ ଫସଲ ରକ୍ଷା ପାଇବା ସହ ଅମଳ ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *

Back to top button