ପ୍ରେମ ପାଇଁ ସରକାରୀ ଚାକିରିଆଙ୍କୁ ବାହାହେବାକୁ ମନକଲେ ଯୁବତୀ

ଜୟପୁର : ପ୍ରେମ ପାଇଁ ସରକାରୀ ଚାକିରିଆଙ୍କୁ ଛାଡ଼ି ପିକ୍ଅପ ଡ୍ରାଇଭରକୁ ବାହାହେଲେ ଯୁବତୀ। ଏହି ଘଟଣା ରାଜସ୍ଥାନର ଚୁରୁରେ ଘଟିଛି।

ଖବର ଅନୁଯାୟୀ ପାର୍ବତୀ ଶର୍ମା ନାମକ ଯୁବତୀ ୮ବର୍ଷ ହେଲା ପିକ୍ଅପ ଡ୍ରାଇଭର ଯୋଗେନ୍ଦ୍ରକୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକେ ତାଙ୍କର ବିବାହ ଜଣେ ସରକାରୀ ଚାକିରି କରିଥିବା ଯୁବକଙ୍କ ସହିତ କରିବାକୁ ଚାହିଁବାରୁ ପାର୍ବତୀ ମନା କରିଥିଲେ। ସତକଥା ଜାଣିବା ପରେ ପରିବାର ଲୋକେ ବିରୋଧ କରିବାରୁ ପ୍ରେମୀଯୁଗଳ ଏସପି କାର୍ଯ୍ୟାଳୟକୁ ଯାଇ ନିଜର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି।

ଏସପି କାର୍ଯ୍ୟାଳୟରେ ପହଞ୍ଚି ୨୪ବର୍ଷୀୟ ପାର୍ବତୀ କହିଛନ୍ତି ମୁଁ ୮ବର୍ଷ ହେଲାଣି ଯୋଗେନ୍ଦ୍ରଙ୍କୁ ଭଲପାଉଛି। ଏ ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ମଧ୍ୟ ମୋର ବିବାହ ପ୍ରଥମେ କେମେଷ୍ଟ୍ରି ଶିକ୍ଷକ ଓ ପରେ ଆର୍ମି ଯବାନଙ୍କ ସହ ସ୍ଥିର କରିଥିଲେ। ହେଲେ ମୁଁ ଅରାଜି ହେବାରୁ ସେମାନେ ବିବାହ ପାଇଁ ବାଧ୍ୟ କରିବାରୁ ମୁଁ ଜୁଲାଇ ୭ରେ ଯୋଗେନ୍ଦ୍ରଙ୍କ ସହ ଘରୁ ଲୁଚି ପଳାଇଥିଲି। ଏହା ପରେ ଆମେ ମନ୍ଦିରରେ ବିବାହ କରିଛୁ। ଏ କଥା ମୁଁ ମୋ ପରିବାରକୁ ଜଣାଇଥିଲେ ହେଁ ସେମାନେ ଗ୍ରହଣ କରୁନାହାନ୍ତି। ଯୋଗେନ୍ଦ୍ର ପିକ୍ଅପ ଡ୍ରାଇଭର ହୋଇଥିଲେ ମଧ୍ୟ ସେ ମୋତେ ବହୁତ ଭଲପାଆନ୍ତି। ଏଥିପାଇଁ ମୁଁ ତାଙ୍କୁ ଜୀବନସାଥୀ ଭାବେ ବାଛିଛି। କିନ୍ତୁ ମୋ ପରିବାର ଆମ ଉପରେ ଆକ୍ରମଣ କରିବାର ଆଶଙ୍କା ଥିବାରୁ ମୁଁ ସୁରକ୍ଷା ମାଗୁଛି।

Leave a Reply

Your email address will not be published. Required fields are marked *

Back to top button