ମୋବାଇଲ ଭ୍ୟାନରେ ବିକ୍ରି ହେବ ‘ଭାରତ ଅଟା’

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶରେ କିଲୋ ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ଭାରତ ଅଟା ରଖାଯାଇଥିବା ବେଳେ ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହାକୁ ବିକ୍ରି କରାଯିବ ।

ଖବର ଅନୁଯାୟୀ ସୋମବାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଅଟା ଡେଲିଭରି ମୋବାଇଲ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତ ଅଟା ୧୦ କେଜି ୩୦ କେଜି ପ୍ୟାକରେ ସାରା ଦେଶରେ ଦୁଇ ହଜାର ଆଉଟଲେଟରେ ଉପଲବ୍ଧ ହେବ। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍), ସଫାଲ, ମଦର ଡାଏରୀ ଓ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ। ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button