ବିଧାୟକ ବିଜୟ ଶଙ୍କରଙ୍କ ବିବାହ ମାମଲା : ବାନ୍ଧବୀ ସୋମାଲିକାଙ୍କ ଆବେଦନ ଅଗ୍ରାହ୍ୟ

କଟକ : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ବାନ୍ଧବୀ ସୋମାଲିକା ଦାଶ କରିଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଅନ୍ୟପକ୍ଷରେ ବିଜୟ ଶଙ୍କର କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଛନ୍ତି। ସେଠାର ବିଚାରାଧୀନ ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ। ସେଥିପାଇଁ ସମସ୍ତ ପକ୍ଷଙ୍କୁ ହାଜର ହେବାକୁ ସବ ରେଜିଷ୍ଟ୍ରାର ନୋଟିସ କରିଛନ୍ତି।

ସୂଚନାଯୋଗ୍ୟ ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଆବେଦନରେ ବିଜୟ ଶଙ୍କରଙ୍କ ଅନ୍ୟତ୍ର ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ। କଟକ ସଵ ରେଜିଷ୍ଟ୍ରାରଙ୍କୁ ସେ ପକ୍ଷ କରିଛନ୍ତି। ତାଙ୍କ ସହିତ ଧୋକା କରିଥିବା ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ। ହେଲେ ବିଜୟ ଶଙ୍କର କଟକ ଅରୁଣଦୟ ନଗର ନିବାସୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ କରିବାକୁ ଆବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button