ଜନ୍ମଦିନରେ ବେକରେ ସାପ ଗୁଡ଼ାଇଲେ ବିଧାୟକ

ନୂଆଦିଲ୍ଲୀ : ରାଜନେତାଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ। ଫୁଲମାଳ ପରିବର୍ତ୍ତେ ବେକରେ ପକାଇଲେ ଜୀବନ୍ତ ସାପ। ଏପରି ଜନ୍ମଦିନ ପାଳିଥିବା କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଖବର ଅନୁଯାୟୀ ଘଟଣାଟି ମଧ୍ୟପ୍ରଦେଶର ଶୋହେପୁରର। ଗତ ଶୁକ୍ରବାର କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଥିଲା ଜନ୍ମଦିନ। ତାଙ୍କର ଇଚ୍ଛା ଜନ୍ମଦିନକୁ ନିଆରା ଭାବେ ପାଳନ କରିବେ। ସେଥିପାଇଁ ସେ ସମର୍ଥକଙ୍କ ଫୁଲମାଳକୁ ଗ୍ରହଣ ନକରିନଥିଲେ। ଏକ ଜୀବନ୍ତ ସାପକୁ ଗୁଡ଼ାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।