ମଣିପୁର ମନ୍ତ୍ରୀଙ୍କ ଗୋଦାମରେ ନିଆଁ ଲଗାଇଦେଲେ ଉପଦ୍ରବକାରୀ

ଇମ୍ଫାଲ : ମଣିପୁରରେ ଏକମାସରୁ ଅଧିକ ହେଲାଣି ହିଂସା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପୋଡ଼ାଜଳା। ଶୁକ୍ରବାର ମଣିପୁରର ମନ୍ତ୍ରୀ ଏଲ ସୁସିନଡ୍ରୋଙ୍କ ଇମ୍ଫାଲ ଇଷ୍ଟର ଚିଙ୍ଗାରେଲରେ ଥିବା ଗୋଦାମରେ ଲୋକେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ମନ୍ତ୍ରୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ ଏହାକୁ ରୋକିବାରେ ସକ୍ଷମ ହୋଇଛନ୍ତି।
ଖବର ଅନୁଯାୟୀ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ଅଶାନ୍ତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରରେ ଏହି ପୋଡାଜଳା ହୋଇଛି। ଉପଦ୍ରବକାରୀଙ୍କୁ ବିଦା କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲେ। ହେଲେ ନିଆଁରେ ପୋଡ଼ି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହାପୂର୍ବରୁ ମଧ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଘଟଣା ଘଟିଥିଲା। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ।