ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର : ରାଜ୍ୟରେ ୧୭ ଦିନ ଧରି ଚାଲିଥିବା ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ। ଆଜି ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ମିଳିତ ଅମଲା ମଞ୍ଚ କମିଟି ଆଗରେ ଗ୍ରେଡ ପେ ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିବ। କମିଟିର ରିପୋର୍ଟ ଆଧାରରେ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନେବେ ବୋଲି ୫ଟି ସଚିବ ଭି କାର୍ତ୍ତିକୟେନ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି। ୫-ଟି ସଚିବଙ୍କ ପ୍ରତିଶ୍ରୁତି ପରେ ମିଳିତ ଅମଲା ମଞ୍ଚ ଆନ୍ଦୋଳନ ସ୍ଥଗିତ ରଖିଛି। ଦାବି ପୂରଣ ନହେଲେ ସଂଘ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେବ।