ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି

ଭୁବନେଶ୍ଵର : ରାଜ୍ୟରେ ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ ହେବ। ରାଜ୍ୟ ସରକାର ଏହି ଘୋଷଣା କରିଥିବା ସୂଚନା ଦେଇଛନ୍ତି ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ।

ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ପରେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ ଦେଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଏହି ଫଣ୍ଡ ଗଠନ ହେବ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର, କିମ୍ବା ମୃତ୍ୟୁ ମୁଖରେ ପଡିଲେ ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ୩-୪ ମାସ ମଧ୍ୟରେ ଏହି ପାଣ୍ଠି କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ।

Leave a Reply

Your email address will not be published. Required fields are marked *

Back to top button