ଡିସେମ୍ବର ୨୪ରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବେ। କିନ୍ତୁ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିବା ଜଣାପଡିଛି। ତେବେ ମୋହନ ମାଝୀ କହିଛନ୍ତି କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଅନ୍ୟ କେନ୍ଦ୍ର ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ଭିତରେ ଓଡିଶା ଆସିପାରନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ ପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button