ମୂର୍ତ୍ତି ଉଚ୍ଚତା ବିବାଦ : ବାଲୁବଜାର ପୂଜା କମିଟିର ଆବେଦନ ଖାରଜ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁବଜାର ପୂଜା କମିଟି କରିଥିବା ଆବେଦନକୁ ଖାରଜ ହୋଇଛି। କୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନାକରିଥିବା ବେଳେ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ କାଏମ ରଖିଛନ୍ତି।

ସୂଚନାଯୋଗ୍ୟ ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଆଉ ଦର୍ଶାଇଥିଲା ୫୦୦ ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା’ ଦୁର୍ଗାଙ୍କ ୮ ଫୁଟ ଉଚ୍ଚର ମୂର୍ତ୍ତି ପୂଜା ପାଇଆସୁଛି। ତେଣୁ ଗତବର୍ଷ ଭଳି ଚଳିତ ବର୍ଷ କରୋନା କଟକଣା ଭିତରେ ୮ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଗତକାଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button