ନଭେମ୍ବର ୨୨ରେ ୯ମ ଶ୍ରେଣୀ ସମେଟିଭ ପରୀକ୍ଷା
କଟକ : ଚଳିତବର୍ଷ ନୂଆ ଢାଞ୍ଚାରେ ହେବ ନଵମ-ଦଶମ ଶ୍ରେଣୀର ପରୀକ୍ଷା ଓ ମୂଲ୍ୟାୟନ। ନଭେମ୍ବର ୨୨ରୁ ୨୪ ଯାଏଁ ହେବାକୁ ଥିବା ଏହି ପରୀକ୍ଷା ପ୍ରତିଦିନ ୨ ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ରୁ ୧୦ ଓ ଦ୍ୱିତୀୟ ସିଟିଂ ରହିବ ୧୧ଟାରୁ ୧୨ଟା। ପ୍ରତି ପରୀକ୍ଷା ୪୦ ମାର୍କ। ନିଜ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ। କିନ୍ତୁ ଅନ୍ୟ ସ୍କୁଲରେ ଖାତା ଦେଖା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଗୁରୁବାର ଵୋର୍ଡ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ଦେଇଥିବା ସୂଚନା ଅନୁଯାୟୀ ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ କରାଯାଇଛି। ଵର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେଵ। ନଭେମ୍ବର ୨୨ରୁ ୨୪ ଭିତରେ ନଵମ ଶ୍ରେଣୀର ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ। ଏଥିରେ ୪୦ମାର୍କର ପରୀକ୍ଷା ହେଵ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅଵଜେକଟିଵ୍ ରହିବ। ଏହାର ୱେଟେଜ ରହିବ ୩୦ ପ୍ରତିଶତ। ୨୩ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଓ ନଭେମ୍ବର ୩୦ ତାରିଖ ମଧ୍ୟରେ ଶେଷହେବ। ଡିସେମ୍ବର ୬ରୁ ୧୩ତାରିଖ ଭିତରେ ଵୋର୍ଡ ମାର୍କ ଅପଲୋଡ଼ କରିଵ। ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।



























