୧୪ଟି ନୂତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ଅଧ୍ୟକ୍ଷ

ଭୁବନେଶ୍ଵର : ରାଜ୍ୟ ସରକାର ରାଜ୍ୟର ୧୪ଟି ନୂତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି।

ଖବର ଅନୁଯାୟୀ ସଦାଶିବ ନାୟକ ଅନୁଗୁଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇଥିବା ବେଳେ
ମଦନ ମୋହନ ମାଝୀ ବାଲେଶ୍ଵର ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ସେହିପରି ବଲାଙ୍ଗୀର -ବ୍ରଜମୋହନ ବିଶୋଇ, ବୌଦ୍ଧ- ଭଗବାନ କହଁର, ଢେଙ୍କାନାଳ- ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁର- ଲମ୍ବୋଦର ମୁଣ୍ଡା, କଳାହାଣ୍ଡି- ଶିବାଜୀ ମାଝୀ, ନୂଆପଡ଼ା- ଭଗତରାମ ମାଝୀ, ସମ୍ବଲପୁର- ଶୋଭାରାମ ପ୍ରଧାନ, ଦେବଗଡ଼- ପାଞ୍ଜିଆ ଭୋଇ, ବରଗଡ଼- ସୁଶୀଳା ଭୋଇ, ଝାରସୁଗୁଡ଼ା- ମୋହନ କିଶାନ, ନୟାଗଡ଼- ଜାନକୀ ଦେହୁରୀଓ ଗଞ୍ଜାମ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ବିଦ୍ୟାଧର ଜାନୀ।

ସୂଚନାଯୋଗ୍ୟ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *

Back to top button