କୋଶଳୀ ଭାଷାରେ ବିବୃତି ରଖିବାକୁ ସୁଯୋଗ ଦିଆଯାଉ : ନରସିଂହ

ଭୁବନେଶ୍ଵର : କୋଶଳୀ ଭାଷାରେ ଗୃହରେ ମତ ରଖିବାକୁ ସୁଯୋଗ ଦିଆଯାଉ। ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଏଣିକି କୋଶଳୀ ଭାଷାରେ ଗୃହରେ କୁହାଯିବ।
ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ କହିବାର ନିୟମରେ ରହିଛି। ବାଚସ୍ପତି କହିଛନ୍ତି କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ। କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନି।