୨୬ ସୁଦ୍ଧା ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ

ଭୁବନେଶ୍ଵର : ଆସନ୍ତା ୨୬ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ତେବେ ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇ ନଥିବା ପାଣିପାଗ ବିଭାଗ କହିଛି।

ଖବର ଅନୁଯାୟୀ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୬ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯାହାର ପ୍ରଭାବରେ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେଉଁ ଜିଲ୍ଲାରେ ବର୍ଷା ହେବ ସ୍ପଷ୍ଟ ଜଣାପଡିବ। ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ହେବାପରେ ପରବର୍ତ୍ତୀ ସମୟରେ ଦୁର୍ବଳ କିମ୍ବା ଗଭୀର ଅବପାତରେ ପରିଣତ ହେବ ତାହା ସ୍ପଷ୍ଟ ହୋଇନଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button