ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦାଦା ଗିରଫ

ହାଇଦ୍ରାବାଦ : ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ ସିବିଆଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଆଜି ଗିରଫ କରିଛି।

ଖବର ଅନୁଯାୟୀ ଭାସ୍କର ରେଡ୍ଡୀ ହେଉଛନ୍ତି କଡ଼ପା ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ ବାପା। ତାଙ୍କୁ ନିଜ ଭାଇ ବିବେକାନନ୍ଦଙ୍କ ହତ୍ୟା ଘଟଣାରେ ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) କଡ଼ପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ଘରୁ ଗିରଫ କରି ହାଇଦ୍ରାବାଦ ଆଣିଛି। ଆଜି ସନ୍ଧ୍ୟାରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ୩ ସପ୍ତାହ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୫ ତାରିଖ ରାତିରେ ବିବେକାନନ୍ଦ ରେଡ୍ଡୀଙ୍କୁ ତାଙ୍କର କଡ଼ପା ଜିଲ୍ଲା ପୁଲିବେନ୍ଦୁଲା ସ୍ଥିତ ଘରେ ହତ୍ୟା କରାଯାଇଥିଲା। ସେତେବେଳେ ସେ ଘରେ ଏକୁଟିଆ ଥିଲେ। ଏହି ମାମଲାର ତଦନ୍ତ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ କରୁଥିଲା। ୨୦୨୦ରେ ମାମଲାର ତଦନ୍ତଭାର ସିବିଆଇକୁ ଯାଇଥିଲା। ବିବେକାନନ୍ଦଙ୍କ ଝିଅ ସୁନୀତା ରେଡ୍ଡୀ ହତ୍ୟା ଘଟଣାରେ ସଂପର୍କୀୟଙ୍କ ହାତ ଥିବା ଆଶାଙ୍କାକରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତା’ପରେ ମାମଲାର ତଦନ୍ତଭାର ସିବିଆଇ ହାତକୁ ଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button