ଓଳାଶୁଣୀ ପାହାଡ଼ ତଳେ ଯୁବକକୁ ଗୁଳି

ଚଣ୍ଡିଖୋଲ : ଓଳାଶୁଣୀ ପାହାଡ଼ ପାଦଦେଶରେ ଥିବା ମା’ଙ୍କ ମନ୍ଦିର ନିକଟରେ ରବିବାର ରାତିରେ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନାଙ୍କୁ ଗୁଳି। ଏହି ଘଟଣା ଘଟାଇ ଦୃର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଗୁରୁତର ବୁବୁନାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଗୁଳିକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ବାଲିଚନ୍ଦ୍ରପୁର ଥାନା ବନ୍ଦରେଶ୍ଵର ଗ୍ରାମରେ ବୁବୁନାଙ୍କ ଘର । ରବିବାର ରାତି ୮ଟା ସମୟରେ ସେ ତାଙ୍କ ଅନ୍ୟସାଥୀଙ୍କ ସହ ଓଳାଶୁଣୀ ପାହାଡ଼ ପାଦଦେଶରେ ଥିବା ମନ୍ଦିର ନିକଟରେ ବସିଥିଲେ। ଏତିକିବେଳେ କେତେଜଣ ଯୁବକ ଏକ କାର ଓ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ବୁବୁନାଙ୍କ ଜଙ୍ଘରେ ଓ ଅନ୍ୟଟି ହାତରେ ବାଜିଛି। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଏକ ଗୁଳି ଓ ମୋବାଇଲ ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button