ପଦମପୁର ଜିଲ୍ଲା ପାଇଁ ପ୍ରକ୍ରିୟା ଆରମ୍ଭ

ବରଗଡ଼ : ପଦମପୁରକୁ ଜିଲ୍ଲା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ। ଜିଲ୍ଲାର ମୁଖ୍ୟାଳୟ କେଉଁଠି ରହିବ ସେ ନେଇ ଆଜି ସ୍ଥାନ ନିରୀକ୍ଷଣ ଆରମ୍ଭ ହୋଇଛି। ଉତ୍ତରାଂଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ପଦମପୁର ଉପଖଣ୍ଡର ବିଭିନ୍ନ ଅଂଚଳକୁ ଯାଇଥିବା ଜଣାପଡିଛି।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦଳେଇ କହିଛନ୍ତି ପ୍ରସ୍ତାବିତ ପଦମପୁର ଜିଲ୍ଲା ମୁଖ୍ୟାଳୟ ପାଇ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ସ୍ଥାନର ଆକାର ୫ ଏକର ଲେଖାଏଁ ହେବ। ଏସବୁ ସ୍ଥାନ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଉପଯୁକ୍ତ ବୋଲି ସରକାରଙ୍କୁ ରିପୋର୍ଟ ଦିଆଯିବ। ସୂଚନାଯୋଗ୍ୟ ୨୦୨୩ ଫେବୃୟାରୀ ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁରକୁ ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ଉପନିର୍ବାଚନ ସମୟରେ ଘୋଷଣା କରିଥିଲେ।