ପରସ୍ପର ଠାରୁ ଅଲଗା ହେଲେ ନାଗା ଓ ସମନ୍ଥା

ମୁମ୍ବାଇ : ସାଉଥ୍‌ର ସୁପର୍‌ ଷ୍ଟାର୍‌ ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି। ଶନିବାର ସୋସିଆଲ ମିଡିଆରେ ଏନେଇ ଦୁହେଁ ସୂଚନା ଦେଇଛନ୍ତି। ଏହା ଉପରେ ଅନ୍ୟ ୟୁଜରମାନଙ୍କ ସହିତ ପ୍ରତିକ୍ରିୟା ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ।

କଙ୍ଗନା ଲେଖିଛନ୍ତି ୪ ବର୍ଷ ତଳେ ବିବାହ କରିଥିବା ଏହି ସାଉଥ୍‌ ଆକ୍ଟର ହଠାତ୍ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏହି ଅଭିନେତା ଜଣଙ୍କ ନିକଟରେ ବଲିଉଡ୍‌ର ଜଣେ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ସୁପରଷ୍ଟାର ବଲିଉଡ୍‌ର ଡିଭୋର୍ସ ଏକ୍ସପର୍ଟ ଭାବେ ଜଣାଶୁଣା। ସେ ଅନେକ ମହିଳା ଓ ଛୁଆଙ୍କ ଜୀବନ ନଷ୍ଟ କରିଥିବା ବେଳେ ଏବେ ତାଙ୍କର (ନାଗା ଚୈତନ୍ୟଙ୍କର) ଗାଇଡ୍ ପାଲଟିଛନ୍ତି। ତେଣୁ ସବୁକିଛି ସହଜରେ ହୋଇଗଲା। ଆମେ ସମସ୍ତେ ଜାଣିଛନ୍ତି ବଲିଉଡ୍‌ର ସେହି ଷ୍ଟାର ଜଣଙ୍କ କିଏ।

କଙ୍ଗନା ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି। ସେ କହିଛନ୍ତି ଏହାକୁ ସମସ୍ତେ ଗ୍ରହଣ କରି ନପାରନ୍ତି। କିନ୍ତୁ ଏହା ସତ। ତେବେ ଶହେରେ ଜଣେ ମହିଳାଙ୍କର ଦୋଷ ଥାଇପାରେ। କଙ୍ଗନା କହିଛନ୍ତି ସେହି ଲୋକମାନଙ୍କ ପ୍ରତି ଦୟାଭାବ ପୋଷଣ କରାଯିବା ଉଚିତ୍ ନୁହେଁ। ଯେଉଁମାନେ ମହିଳାମାନଙ୍କୁ ପୋଷାକ ବଦଳାଇଲା ଭଳି ବଦଳାନ୍ତି ଓ ତା’ପରେ ନିଜର ବନ୍ଧୁ ବୋଲି କହନ୍ତି। ସେମାନେ ଏଥିପାଇଁ ମିଡିଆ ଓ ଫ୍ୟାନ୍‌ମାନଙ୍କ ଠାରୁ ପ୍ରୋତ୍ସାହନ ପାଇଥା’ନ୍ତି। ଏଭଳି ଲୋକଙ୍କୁ ଦେଖିଲେ ଲଜ୍ଜ୍ୟା ଅନୁଭବ ହୁଏ। କିନ୍ତୁ ମିଡିଆ ଓ ପ୍ରଶଂସକମାନେ ଏଭଳି ଷ୍ଟାରଙ୍କୁ ପ୍ରଶଂସା କରନ୍ତି ଓ ମହିଳାମାନଙ୍କୁ ବିଚାର କରନ୍ତି। ଛାଡ଼ପତ୍ର ମାମଲା ଏବେ ଯେଉଁ ଭଳି ଭାବେ ବଢ଼ିଛି ତାହା ପୂର୍ବରୁ କେବେ ନଥିଲା।

ସୁପରଷ୍ଟାର ଆମୀର ଖାନ୍‌ଙ୍କୁ ଟାର୍ଗେଟ୍ କରି କଙ୍ଗନା ଏଭଳି କଥା କହିଥିବା କୁହାଯାଉଛି। ନିକଟରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି। କିରଣ ରାଓଙ୍କୁ ସେ ୧୫ ବର୍ଷ ତଳେ ବାହା ହୋଇଥିଲେ। ତା’ ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button