ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ୧୫ ଜଣିଆ ଟିମ୍କୁ ନେଇ ଆରମ୍ଭ ହୋଇଛି।ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍, ଏଏସଆଇ କୋର୍ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍ ସାମିଲ ଥିବା ଜଣାପଡିଛି।
ଖବର ଅନୁଯାୟୀ ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ଵ କାନ୍ଥର ଲେଜର୍ ସ୍କାନିଂ ହେବ। ଆବଶ୍ୟକ ପଡ଼ିଲେ ରତ୍ନଭଣ୍ଡାର ଭିତରପାର୍ଶ୍ଵ କାନ୍ଥ ଓ ଶ୍ରୀମନ୍ଦିର ପାର୍ଶ୍ଵ ଦେବବେଦୀ ମନ୍ଦିର କାନ୍ଥର ଲେଜର୍ ସ୍କାନିଂ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭାରତୀୟ ପ୍ରତ୍ନତତ୍ଵ ବିଭାଗକୁ ଏହି କାମ ପାଇଁ ଅନୁମତି ଦେଇଛି।