ପୁରୀ : ବାହାରିଲା ଆଡ଼ପ ଅବଢା

ପୁରୀ : ଜନ୍ମ ବେଦୀ ଅର୍ଥାତ ଆଡପ ମଣ୍ଡପରେ ଏବେ ଶ୍ରୀଜିଉ। ଗତକାଲି ପହଣ୍ଡି ପରେ ରାତିରେ ଜନ୍ମବେଦୀରେ ଚନ୍ଦନ ଲାଗି ଓ ଦହିପଖାଳ ଲାଗି ପରେ ପହୁଡ ହୋଇଥିଲେ। ଆଜି ସକାଳୁ ଅଧରପୋଛା ନୀତି ସରିବା ପରେ ମହାପ୍ରଭୁଙ୍କ ଦର୍ଶନଆରମ୍ଭ ହୋଇଛି। ବାହାରିଛି ଆଡ଼ପ ଅବଢା। ଅବଢା ପାଇବା ପରେ ଶ୍ରଦ୍ଧାଳୁମାନେ ବେଶ ଖୁସି ହୋଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ସକାଳୁ ଅଧର ପୋଛା ନୀତି ସରିବା ପରେ ୬ଟା ୧୫ରେ ମଙ୍ଗଳ ଆଳତୀ , ମଇଲମ, ତଡପ ଲାଗି, ଅବକାଶ ଶେଷ ଅଇଥିଲା। ଏହାପରେ ସାହାଣ ମେଲା ଦର୍ଶନ। ଭକ୍ତମାନେ ରାତିରୁ ଅପେକ୍ଷା କରିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ଆଉ ଶ୍ରୀଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାର ପଟେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button