ପୋଲିସକୁ ଆକ୍ରମଣ ଘଟଣାରେ ୫ ବାଲି ମାଫିଆ ଗିରଫ

ବାରିପଦା : ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ୫ ଜଣ ବାଲି ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଉପରବେଡା ଗ୍ରାମର ସୁଶାନ୍ତ ମଣ୍ଡଳ, ଶୁଭ୍ରାଂଶୁ ଶେଖର ମଣ୍ଡଳ, ରାଜୁ ମଣ୍ଡଳ, ଗଣେଶ ପୂର୍ତ୍ତି ଓ କେନ୍ଦ୍ରେଇ ଗ୍ରାମର ସନତ କୁମାର ରାଉତ।

ଖବର ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ହାଟବାଦଡା ନିକଟସ୍ଥ କାଦୁଆଣୀଠାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଟ୍ରାକ୍ଟର ଚାଳକ ମାଲିକଙ୍କୁ ଫୋନ କରିବାରୁ ମାଲିକ ଓ ୪ ଜଣ ସହଯୋଗୀ ପୋଲିସକୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରି ଟ୍ରାକ୍ଟନେଇ ପଳାଇଥିଲେ। ପୋଲିସ ଆକ୍ରମଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button