କୁମ୍ଭ ରାଶିକୁ ଶନି ଚଳନ : ଏହି ରାଶିର ବ୍ୟକ୍ତି ଲାଭବାନ ହେବେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନଭେମ୍ବର ୪ରୁ ଶନିଦେବ ପୁନର୍ବାର କୁମ୍ଭ ରାଶିକୁ ଗମନ କରିଛନ୍ତି। ଏହି ରାଶିରେ ଏହି ରାଶିରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ରହିବେ। ଶନିଦେବଙ୍କ ରାଶି ପରିବର୍ତ୍ତନ ଯୋଗୁ ଶଶା ରାଜଯୋଗ ସୃଷ୍ଟି ହୋଇଛି। ଏହା ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେବ।
ବୃଷ – ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆୟ ବଢିବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରୁଣା ନିବେଶରୁ ମିଳିବ ଲାଭ। ପିଲାମାନଙ୍କଠାରୁ ଭଲ ଖବର ପାଇବେ। ବିବାହିତ ଜୀବନ ସୁଖୀ ହେବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।
ତୁଳା – ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦୀର୍ଘଦିନ ଧରି ରହିଥିବା ବିବାଦର ସମାପ୍ତ ହେବ। ବ୍ୟବସାୟରେ ଅଟକି ରହିଥିବା ଅର୍ଥର ପୁନରୁଦ୍ଧାର ହେବା ସହିତ ଆକସ୍ମିକ ଅର୍ଥ ଲାଭର ସମ୍ଭାବନା ରଅଛି। ରାଜନୀତି ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ। ଦଳ ପରିବର୍ତ୍ତନ କଲେ ସଫଳତା ମିଳିପାରେ। ନୂତନ ଚାକିରି ଅଫର୍ ଆସିବ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କଠାରୁ ସମର୍ଥନ ପାଇବେ। ଚାକିରିରେ ସ୍ଥାନାନ୍ତର ହେବାର ଯୋଗ ରହିଛି।
ବିଛା – ଶନିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି କରିବେ। ଆର୍ଥିକ ଲାଭର ସମ୍ଭାବନା ଅଛି। କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ। ପାରିବାରିକ ବିବାଦର ସମାଧାନ ଘଟିବ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।
କୁମ୍ଭ – ଶନି ହେଉଛନ୍ତି ରାଶିର ରାଜା। ଏହି ରାଶିରେ ୨୦୨୫ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ବ୍ୟବସାୟରେ ଅଧିକ ଲାଭ ମିଳିବ। ବ୍ୟବସାୟୀଙ୍କ ପାଇଁ ଏହା ଭଲ ସମୟ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାର ରାୟ ସପକ୍ଷରେ ଆସିବ। ଗାଡି କିମ୍ବା ଘର କିଣିବାକୁ ଯୋଜନା କରୁଥିଲେ ଆଗକୁ ବଢନ୍ତୁ।