ଯୌତୁକ ପାଇଁ ମୋ ଝିଅକୁ ହତ୍ୟା କରାଯାଇଛି

ଘସିପୁରା : ବିଦ୍ୟୁତ ସଂପର୍ସରେ ମହିଳାଙ୍କ ମୃତ ହୋଇ ନାହିଁ। ଯୌତୁକ ପାଇଁ ମୋ ଝିଅ ରଶ୍ମିରେଖାକୁ ହତ୍ୟା କରିଛନ୍ତି ବୋଲି ବାପା ଶ୍ରୀକାନ୍ତ ସ୍ଵାଇଁ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି।
ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବରକଣା ଗ୍ରାମର ଶ୍ରୀକାନ୍ତ ସ୍ଵାଇଁଙ୍କ ଝିଅ ରଶ୍ମିରେଖା ସ୍ୱ।ଇଁ ଗତ ଜାନୁଆରୀ ୧୫ ତାରିଖରେ ଘସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁରା ଗ୍ରାମର ସାନ୍ତନୁ କୁମାର ଧୀରଙ୍କ ସହିତ ଘରୁ ଚାଲିଆସିଥିଲେ। ଏହାର ୫ ଦିନ ପରେ ତାଙ୍କ ପରିବାର ଇନ୍ଦୁପୁର ଆସିଥିଲେ। ହେଲେ ଶାନ୍ତନୁଙ୍କ ପରିବାର ଲୋକ ରଶ୍ମିରେଖା ସହିତ ଦେଖା ନକରାଇ ଦେବାରୁ ବାଧ୍ୟହୋଇ ଫେରିଥିଲେ। ୩ ମାସ ପରେ ରଶ୍ମିରେଖା ଫୋନରେ କହିଥିଲେ ଶଶୁର ଘର ଲୋକେ ୨ ଲକ୍ଷ ଟଙ୍କା ଆଣିବାକୁ କହୁଛନ୍ତି। ଟଙ୍କା ନ ମିଳିଲେ ସେମାନେ ମୋତେ ମାରିଦେବେ।
ମୋମବାର ଅପରାହ୍ନରେ ଘସିପୁରା ଥାନାରୁ ଖବର ପାଇ ଦେଖିଲି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ଝିଅ ରଶ୍ମିରେଖାର ମୃତଦେହ ପଡିରହିଛି। ପବିବାର ଲୋକେ କହିଲେ ବିଦ୍ୟୁତ ଆଘାତ ଲାଗିବାରୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ବିଦ୍ୟୁତ ଆଘାତରେ ନୁହେଁ ଯୌତୁକ ପାଇଁ ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ରଶ୍ମୀରେଖାର ବାପା ଶ୍ରୀକାନ୍ତ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରିବା ସହ ପରିବାର ଲୋକଙ୍କୁ ଅଟକ ରଖି ଅନୁସନ୍ଧାନ କରିଥିବା ଜଣାପଡିଛି।