ରାୟଗଡ଼ାରେ ଘରୋଇ ଓ ସରକାରୀ ବସ୍ ସେବା ବନ୍ଦ

ରାୟଗଡା : ରାଜ୍ୟରେ ଘରୋଇ ବସ୍ ବନ୍ଦ ଥିବାବେଳେ ରାୟଗଡ଼ା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବସ୍ ବନ୍ଦ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇଥିବାରୁ ଜିଲ୍ଲାର ୯ଟି ବସ୍ ଗଜପତି ଜିଲ୍ଲାକୁ ଯାଇଥିଲା।
ଖବର ଅନୁଯାୟୀ ରାୟଗଡ଼ା ଜିଲ୍ଲାରେ ୧୨ଟି ସରକାରୀ ବସରୁ ୩ଟି ଖରାପ ହୋଇ ରହିଛି। ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳକୁ ଘରୋଇ ବସ ଚଳାଚଳ କରୁଥିବା ବେଳେ ସେସବୁ ବନ୍ଦ ଯୋଗୁ ଯାତ୍ରୀ ହଇରାଣ ହେଉଥିବା ଦେଖାଯାଇଛି। ରାୟଗଡା ଘରୋଇ ବସ୍ ମାଲିକ ସଂଘ କହିଛି ଯେ ପର୍ଯ୍ୟନ୍ତ ସରକାର ଦାବି ମାନି ନାହାନ୍ତି ସେତେଦିନ ଯାଏ ବସ ସେବା ବନ୍ଦ ରହିବ। ଲକ୍ଷ୍ମୀ ବସ ଚାଲିଲେ ଅତି କମ୍ ଦାମରେ ସେବା ଯୋଗାଇ ଦିଆଯାଉଥିବାରୁ ଘରୋଇ ବସ ମାଲିକମାନେ କ୍ଷତି ସହିବେ। ତେବେ ସରକାରୀ ବସ ଆଜି ସଂଧ୍ୟା କିମ୍ବା କାଲିକୁ ଆସିଲେ ସେବା ପୁଣି ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

























