ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ଗାଇଡଲାଇନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅପରାଧିକ ମାମଲାରେ ଦେଶର ଗଣାମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହାଦ୍ୱାରା ଜଣେ ଅଭିଯୁକ୍ତ ଅପରାଧୀ ବୋଲି ଲୋକମାନେ ଭାବି ନେଉଥିବାରୁ ଏହାକୁ ଅନୁମତି ଦେବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।

ଖବର ଅନୁଯାୟୀ ପୋଲିସ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ୩ ମାସ ସମୟ ଦେଇଛନ୍ତି। ମିଡିଆକୁ ସୂଚନା ଦେବା ବେଳେ ପୋଲିସ୍‌ କେଉଁସବୁ ନିୟମ ପାଳନ କରିବ ସେ ବିଷୟରେ ଗାଇଡଲାଇନରେ ଉଲ୍ଲେଖ ରହିବ।
ଗାଇଡଲାଇନରେ କ’ଣ ସବୁ ବିଷୟବସ୍ତୁ ରହିବ, ସେବାବଦରେ ସବୁ ରାଜ୍ୟର ଡିଜିପି ଓ ଜାତୀୟ ମାନବାଧିକାର କମିଶନ ଗୋଟିଏ ମାସ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇ ପାରିବେ। ଏବେ ମାମଲା ପରବର୍ତ୍ତୀ ଶୁଣାଣି ୨୦୨୪ ମସିହା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button