ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ

ମୁମ୍ବାଇ : ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍’ର ଟ୍ରେଲର ଆଜି ସନ୍ଧ୍ୟାରେ ରିଲିଜ୍ ହୋଇଛି। ଜୁଲାଇରେ ଟିଜର ରିଲିଜ୍ ହେବା ପରେ ଦର୍ଶକମାନେ ଟ୍ରେଲରକୁ ଅପେକ୍ଷା କରି ରହିଥିଲେ।
ଖବର ଅନୁଯାୟୀ ଏହି ଫିଲ୍ମରେ ମଲୟାଲମ୍ ସୁପରଷ୍ଟାର ପୃଥ୍ଵୀରାଜଙ୍କୁ ଦେଖିବାକୁ ମିଇବ। ଏହା ତାଙ୍କର ତେଲୁଗୁ ଡେବ୍ୟୁ ହେବ। ଏମାନଙ୍କ ବ୍ୟତୀତ ଶ୍ରୁତି ହସନ, ଜଗପତି ବାବୁ, ଈଶ୍ୱରୀ ରାଓ ଓ ଶ୍ରୀୟା ରେଡ୍ଡୀ ପ୍ରମୁଖ ଭୂମିକାରେ ନଜର ଆସିବେ। ଟ୍ରେଲରରୁ ଜଣାପଡ଼ିଛି ଏହି ଫିଲ୍ମଟି ଦୁଇ ସାଙ୍ଗଙ୍କ କାହାଣୀ, ଉପରେ ଆଧାରିତ। କିନ୍ତୁ ପରେ ସେମାନେ ପରସ୍ପରର ଶତ୍ରୁ ପାଲଟିଯାଉଛନ୍ତି। ଏହି ଚଳଚ୍ଚିତ୍ର ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମଟିରେ ଆକ୍ସନ ସହ ରୋମାଞ୍ଚ ଦେଖିବାକୁ ମିଳିବ। ଆହୁରି ଜଣାପଡିଛି ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ସହ ‘ସାଲାର’ ରିଲିଜ୍ ହେବ। ଦର୍ଶକ କେଉଁ ଫିଲ୍ମକୁ ଅଧିକ ଗୁରୁତ୍ଵ ଦେବେ ତାହା ଫିଲ୍ମ ମୁକ୍ତିଲାଭ କରିବା ପରେ ଜଣାପଡିବ।