ନୂଆଦିଲ୍ଲୀ : ପତଂଜଳୀ ଆୟୁବେର୍ଦର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୌଣସି ବିଭ୍ରାନ୍ତିକର, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି କଲେ ଜରିମାନା ଲାଗୁ କରାଯିବ ବୋଲି ପତଞ୍ଜଳୀକୁ ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି।
ଖବର ଅନୁଯାୟୀ ଭାରତୀୟ ମେଡିକାଲ ଆସୋସିଏସନ ପତଞ୍ଜଳୀର ଆଧୁନିକ ଔଷଧ ଓ ଟିକା ବିରୋଧୀ ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହା ଉପେରେ ଶୁଣାଣି କରି କୋର୍ଟ ତାଗିଦ କରିଛନ୍ତି।