ଆକ୍ସିଡେଣ୍ଟ ମାମଲା ନିଜ ଅଞ୍ଚଳ ଥାନାରେ ହୋଇପାରିବ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଆକ୍ସିଡେଣ୍ଟ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ। ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିବା ସହିତ ଇନ୍‌ସୁରାନ୍ସ ଟଙ୍କା ପାଇଁ ଦାବି କରିପାରିବେ।

ସୁପ୍ରିମ୍‌କୋର୍ଟ ଉତ୍ତରପ୍ରଦେଶ ଫତେଗଡ଼ରେ ଏକ ଆକ୍ସିଡେଣ୍ଟ ମାମଲାର ଶୁଣାଣି କରି କହିଛନ୍ତି ଏମଏସିଟି ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ଇନସୁରାନ୍ସ ପାଇଁ ଆବେଦନ କରିବାକୁ ହେବ। ଏଭଳି ନିୟମ ସମୀଚିନ ନୁହେଁ। କାରଣ ସବୁବେଳେ ସମସ୍ତଙ୍କ ପରିସ୍ଥିତି ସମାନ ନଥାଏ। ଜଣେ ବ୍ୟକ୍ତି ନିଜ ସହର ଛାଡ଼ି ଯଦି ଅନ୍ୟସ୍ଥାନକୁ ଯାତ୍ରା କରୁଛନ୍ତି, ଆଉ ସେଠାରେ ଯଦି ଆକ୍ସିଡେଣ୍ଟ ହେଉଛି। ତେବେ ସେ ନିଜ ଘରକୁ ଫେରିବା ପରେ ନିଜ ଅଞ୍ଚଳରେ ଥିବା ଥାନାରେ ମାମଲା ରୁଜୁ କରିପାରିବେ। ସେହି ଥାନା ମାଧ୍ୟମରେ ଆକ୍ସିଡେଣ୍ଟ ସ୍ପଟ ନିକଟସ୍ଥ ଥାନାକୁ ଯୋଗାଯୋଗ କରି ପୋଲିସ ମାମଲା ଆଗକୁ ବଢ଼ାଇପାରିବ। ଖାଲି ସେତିକି ନୁହେଁ ନିଜ ଅଞ୍ଚଳରେ ଥାଇ ଥାନାରେ ମାମଲା ରୁଜୁ କରି ବ୍ୟକ୍ତି ଜଣକ ଇନ୍‌ସୁରାନ୍ସ ମଧ୍ୟ ଦାବି କରିପାରିବେ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ଫତେଗଡ଼ରେ ଜଣେ ବ୍ୟକ୍ତିଙ୍କ ଆକ୍ସିଡେଣ୍ଟ ହୋଇଥିଲା। ସେ ଫତେଗଡ଼ ବଦଳରେ ଫରୁଖାବାଦରେ ମାମଲା ରୁଜୁ କରିବାକୁ ଚାହିଁଥିଲେ। କାରଣ ସେହିଠାରେ ତାଙ୍କର ଚଳପ୍ରଚଳ। ବାରମ୍ବାର ଫତେଗଡ଼ରେ ଯାଇ ମାମଲାରେ ସହଯୋଗ କରିବା ତାଙ୍କପକ୍ଷେ ସମ୍ଭବ ହେଉନଥିବାରୁ ଫରୁଖାବାଦ୍‌ରୁ ମାମଲା ଚଳାଇବେ ବୋଲି କହିଥିଲେ। ବିପକ୍ଷ ଟିମ୍‌ ଏହାକୁ ବିରୋଧ କରିବାରୁ ମାମଲା କୋର୍ଟକୁ ଯାଇଥିଲା। ସେଠାରେ ପୁରା ମାମଲାର ଶୁଣାଣି କରିବା ପରେ କୋର୍ଟ ଏହି ବ୍ୟକ୍ତିଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button