ତାଲିବାନର ନିର୍ଦ୍ଦେଶନାମା : ଟିଭି ସିରିଏଲରେ ଅଭିନୟ କରିବେନି ମହିଳା କଳାକାର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଦଖଲ କରିବା ପରଠାରୁ ତାଲିବାନ ନୂଆ ନିୟମ ଲାଗୁକରି ଚାଲିଛି। ଏବେ ତାଲିବାନ ପ୍ରଶାସନ ଜାରି କରିଥିବା ଏକ ଗାଇଡଲାଇନ ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲ ଗୁଡିକର ସିରିଏଲ କିମ୍ବା ଧାରାବାହିକରେ ମହିଳା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବନି।

ଖବର ଅନୁଯାୟୀ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ କରିପାରିବେ ନାହିଁ। ଏହାପୂର୍ବରୁ ମହିଳା ଟିଭି ସାମ୍ବାଦିକମାନେ ରିପୋର୍ଟ ଉପସ୍ଥାପନ କରିବା ସମୟରେ ହିଜାବ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଏହା ନିୟମ ନୁହେଁ ବରଂ ଧାର୍ମିକ ନିର୍ଦ୍ଦେଶାବଳୀ।

Leave a Reply

Your email address will not be published. Required fields are marked *

Back to top button