ବିଜେପି ଛାଡ଼ି କଂଗ୍ରେସକୁ ଫେରିବେ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ : ପୂର୍ବତନ ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ରେଡ୍ଡୀ ବିଜେପିରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସକୁ ଫେରିବେ। ଏଥର ଲୋକଙ୍କ ସମର୍ଥନ କଂଗ୍ରେସ ପ୍ରତି ରହିଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।
ଖବର ଅନୁଯାୟୀ ଗତବର୍ଷ ରେଡ୍ଡୀ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ସେ କଂଗ୍ରେସରୁ ଇସ୍ତଫା ଦେବାରୁ ମୁନୁଗୋଡେ ଆସନ ଖାଲି ପଡ଼ିଥିଲା। ଉକ୍ତ ନିର୍ବାଚନରେ ରେଡ୍ଡୀଙ୍କୁ କେସିଆରଙ୍କ ଦଳର କେ ପ୍ରଭାକର ରେଡ୍ଡୀ ୧୦ ହଜାର ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
କୋମାତି ରେଡ୍ଡୀ ରାଜଗୋପଲ ରେଡ୍ଡୀ କହିଛନ୍ତି କେସିଆର ସରକାରକୁ ମାତ ଦେବା ମୋର ଲକ୍ଷ୍ୟ। ଲୋକଙ୍କ ମୁଡ ଏଥର କଂଗ୍ରେସ ସପକ୍ଷରେ ରହିଛି। ତେଣୁ ଲୋକଙ୍କ ଇଚ୍ଛା ଶକ୍ତିରେ ବନ୍ଧା ହୋଇ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ରେଡ୍ଡୀଙ୍କ ଭାଇ କୋମାତିରେଡ୍ଡୀ ଭେଙ୍କଟ ରେଡ୍ଡୀ ହେଉଛନ୍ତି ଭୂବନଗିରି ଲୋକସଭା ମଣ୍ଡଳୀର ସାଂସଦ।