ପଲ୍ଳବୀ ଶ୍ରାବନ୍ଥୀ କଂଗ୍ରେସ ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ଯୋଗଦେଲେ
ନୂୂଆଦିଲ୍ଳୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ପଲ୍ଳବୀ ଶ୍ରାବନ୍ଥୀ ଦଳରୁ ଇସ୍ତଫା ଦେଇ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଥିଲେ।
ଖବର ଅନୁଯାୟୀ ବରିଷ୍ଠ ନେତ୍ରୀ ପଲ୍ଳବୀ ଶ୍ରାବନ୍ଥୀ ଦଳ ଛାଡିବା ପରେ ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡେ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି। ପଲ୍ଳବୀ କହିଛନ୍ତି ଦଳ ତାଙ୍କୁ ଉଚିତ ପ୍ରାଧାନ୍ୟ ନଦେବାରୁ ସେ ଦଳ ଛାଡିଲେ। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ପଲ୍ଲବୀ ଲେଖିଛନ୍ତି ଦଳ ଏବେ ଦଲାଲଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ପୂର୍ବରୁ ବରିଷ୍ଠ ନେତା କୃଷ୍ଣା ରେଡ୍ଡି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ।