୩ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ

ବଲାଙ୍ଗିର : ରାଜ୍ୟ ସରକାରଙ୍କ ୩ଜଣ ମନ୍ତ୍ରୀଙ୍କୁ ଟିଟିଲାଗଡ଼ରେ କଳା ପତାକା ପ୍ରଦର୍ଶନ। ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ କଂଗ୍ରେସ କର୍ମୀମାନେ ଏପରି କରିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ କଲେଜରେ ଆଜି ଥିଲା ପ୍ରତିଷ୍ଠା ଦିବସ। ଏଥିରେ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇଥିଲେ। କଲେଜରେ କାର୍ଯ୍ୟକ୍ରମ ସରିବା ପରେ ମନ୍ତ୍ରୀମାନେ ପରାସରା ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ୩ଟି ବ୍ରିଜ୍ର ଶିଳାନ୍ୟାସ କରିବାକୁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଯୁବ କଂଗ୍ରେସ କର୍ମୀ ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରିବ ସହିତ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କୃସୁଡ଼ଠାରେ ଉନ୍ଦେର ନଦୀରେ ମଞ୍ଜୁର ବ୍ୟାରେଜକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣରେ ଅନିୟମିତତା ଏବଂ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିବା ସୂଚନା ମିଳିଛି।