ଦେଶରେ ଚାଲିଛି ୨୦ ନକଲି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ଦେଶରେ ୨୦ଟି ନକଲି ବିଶ୍ୱବିଦ୍ୟାଳୟ ରହିଥିବା ଯୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଠାରୁ ଅଧିକ ନକଲି ବିଶ୍ୱବିଦ୍ୟାଳୟ ରାଜଧାନୀ ଦିଲ୍ଲୀରେ ରହିଥିବା ଜଣାପଡିଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ।

ଖବର ଅନୁଯାୟୀ ଯୁଜିସି ପକ୍ଷରୁ ଜାରି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରହିଥିବା ନାଁ ଗୁଡିକ ହେଲା-
ଆନ୍ଧ୍ରପ୍ରଦେଶର ଖ୍ରୀଷ୍ଟ ନିଉ ଟେଷ୍ଟାମେଣ୍ଟ ଡିମ୍‌ଡ୍ ୟୁନିଭର୍ସିଟି ଓ ବିଶାଖାପାଟଣାର ବାଇବେଲ ଓପନ୍‌ ୟୁନିଭର୍ସିଟି ଅଫ୍‌ ଇଣ୍ଡିଆ। ସେହିପରି ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଆଣ୍ଡ ଫିଜିକାଲ ହେଲ୍‌ଥ ସାଇନ୍‌ସ, କମର୍ସିଆଲ୍‌ ୟୁନିଭର୍ସିଟି ଲିମିଟେଡ୍‌, ୟୁନାଇଟେଡ୍‌ ନେସନ୍‌ ୟୁନିଭର୍ସିଟି, ଭୋକେସ୍‌ନାଲ ୟୁନିଭର୍ସିଟ, ଏଡିଆର୍‌ ସେଣ୍ଟ୍ରିକ୍‌ ଜୁଡିସିଆଲ ୟୁନିଭର୍ସିଟି, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ୍‌ ୟୁନିଭର୍ସିଟି ଅଫ୍‌ ସେଲ୍ଫ ଏମ୍ପ୍ଲୋଏମେଣ୍ଟ, ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ। ଏହାବ୍ୟତୀତ କର୍ଣ୍ଣାଟକର ବାଡ଼ାଗାନ୍‌ଭି ସରକାର ୱାଲ୍ଡ ଓପନ୍‌ ୟୁନିଭର୍ସିଟି ଏଜୁକେସନ୍‌ ସୋସାଇଟି। କେରଳର ସେଣ୍ଟ ଜନ୍‌ସ ୟୁନିଭର୍ସିଟି। ମହାରାଷ୍ଟର ରାଜା ଆରବିକ୍‌ ୟୁନିଭର୍ସିଟି। ପୁଡୁଚେରୀର ଶ୍ରୀ ବୋଦ୍ଧି ଏକାଡେମୀ ଅଫ୍‌ ଫାୟାର ଏଜୁକେସନ୍‌। ଉତ୍ତର ପ୍ରଦେଶର ଗାନ୍ଧୀ ହିନ୍ଦୁ ବିଦ୍ୟାପୀଠ, ନାସନାଲ ୟୁନିଭର୍ସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁବାସ ଚନ୍ଦ୍ର ବୋସ୍‌ ୟୁନିଭର୍ସିଟି ଓ ଭାରତୀୟ ଶିକ୍ଷା ପରିଷଦ। ପାଶ୍ଚିମ ବଙ୍ଗର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଲ୍‌ଟରନେଟିଭ୍‌ ମେଡିସିନ୍‌ସ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅଲ୍‌ଟରନେଟିଭ୍‌ ମେଡିସିନ୍‌ ଆଣ୍ଡ ଚିସର୍ଚ୍ଚ ନକଲି ତାଲିକାରେ ରହିଛି।

Leave a Reply

Your email address will not be published. Required fields are marked *

Back to top button