କୋବି ତୋଳିବା ପାଇଁ ବାର୍ଷିକ ଦରମା ୬୩ ଲକ୍ଷ

ନୂଆଦିଲ୍ଲୀ : କ୍ଷେତରୁ ବନ୍ଧାକୋବି ତୋଳିବାକୁ ବାର୍ଷିକ ପ୍ୟାକେଜ ୬୩ ଲକ୍ଷ ଟଙ୍କା। ଅନଲାଇନରେ ଏପରି ବିଜ୍ଞାପନ ଦେଇଛି ୟୁକେର ଏକ ଫାର୍ମିଙ୍ଗ କମ୍ପାନୀ।

ଖବର ଅନୁଯାୟୀ T H Clements and Son Ltd ନାମକ ଏକ କମ୍ପାନୀ ବନ୍ଧାକୋବି ତୋଳିବାକୁ ଅନଲାଇନ ବିଜ୍ଞାପନ ମାଧ୍ୟମରେ ଚାକିରୀ ଅଫର ଦେଇଛି। ଆଉ କୁହାଯାଇଛି ବର୍ଷସାରା କ୍ଷେତରୁ କୋବି ଓ ବ୍ରୋକୋଲି ତୋଳିବାକୁ ପଡିବ। ଏଥିପାଇଁ ପାଇଁ ଘଣ୍ଟାକୁ ମିଳିବ ୩ ହଜାର ଟଙ୍କାରୁ ଅଧିକ ଓ ବାର୍ଷିକ ୬୩ ଲକ୍ଷ ୧୧ ହଜାର ୬୪୧ ଟଙ୍କା। ୱାର୍କ ପ୍ରୋଫାଇଲରେ ଏହାକୁ ଶାରୀରିକ ପରିଶ୍ରମ ବୋଲି କୁହାଯାଇଛି। କମ୍ପାନୀ ଚାକିରୀ ପାଇଁ ଦୁଇଟି ବିଜ୍ଞାପନ ଦେଇଛି। ଗୋଟିଏରେ କୁହାଯାଇଛି ବନ୍ଧାକୋବି ତୋଳିବାକୁ ଫିଲ୍ଡ ଅପରେଟିଭ ଆବଶ୍ୟକ। ଯେତେ କୋବି ଓ ବ୍ରୋକୋଲି ତୋଳିବେ ସେହି ହିସାବରେ ଦରମା ମିଳିବ। ଏଥିପାଇଁ ଘଣ୍ଟାକୁ ୩ ହଜାର ଟଙ୍କା ମିଳିପାରେ। ଏହାଛଡା ଦିନକୁ ୩ ହଜାରରୁ ଅଧିକ ମଧ୍ୟ ଆୟ କରିପାରିବେ। ଯାହା ଚାଷ କାମ ପାଇଁ ନିଶ୍ଚିତ ଭଲ ଅଫର।

ଏପରି ବିଜ୍ଞାପନର କାରଣ ହେଲା ବର୍ତ୍ତମାନ ୟୁକେରେ କର୍ମଚାରୀ ଅଭାବ। ସେଥିପାଇଁ ସରକାର ମୌସୁମୀ କୃଷି ଶ୍ରମିକ ଯୋଜନା ଅନୁସାରେ ଲୋକଙ୍କୁ ୬ ମାସ ପାଇଁ ଏଠାକୁ ଆସିବାକୁ ସୁଯୋଗ ଦେଇଛନ୍ତି। ସେମାନେ ଚାଷ କାମରେ ସାହାଯ୍ୟ କରିପାରିବେ। କେବଳ କୃଷି କ୍ଷେତ୍ରରେ ନୁହେଁ, ଦେଶର ଅନ୍ୟ କ୍ଷେତ୍ରରେ ମଧ୍ୟ କର୍ମଚାରୀ ଅଭାବ ଥିବାରୁ ଭଲ ଦରମା ଅଫର କରାଯାଉଛି। ଏପରିକି ଡ୍ରାଇଭରଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦରମା ୭୫ ପ୍ରତିଶତ ବୃଦ୍ଧି ହୋଇଛି।

Leave a Reply

Your email address will not be published. Required fields are marked *

Back to top button