ନବ ଦାସ ହତ୍ୟା ମାମଲାର ବାସ୍ତବ ତଦନ୍ତ ହୋଇନାହିଁ : ବିଜୟ ମହାପାତ୍ର

ଭୁବନେଶ୍ଵର : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡ଼ର। କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ ବୋଲି କହିଛନ୍ତି ରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ। ପ୍ରାରମ୍ଭିକ ଭାବରେ ଜଣାପଡୁଛି କ୍ରାଇମବ୍ରାଞ୍ଚ ଏକ କଭରଅପ ବ୍ରାଞ୍ଚ ଭାବରେ ନିଜକୁ ପ୍ରତିପାଦିତ କରିଛି। କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ ତାହା ହେଲା ନାହିଁ। ମୁଁ ପ୍ରଥମେ ମୋଟିଭ ଅଫ ମର୍ଡର ନେଇ ତଦନ୍ତ ହେଉ ବୋଲି କହିଥିଲି। ସେ ସମ୍ପର୍କରେ ତଦନ୍ତ କରିଛନ୍ତି କି ନାହିଁ କିଛି ଜଣାପଡ଼ୁନି।

ଗୋପାଳକୁ ପାଗଳଖାନା ନେବାକୁ କ୍ରାଇମବ୍ରାଞ୍ଚ କହୁଥିଲା। ମିଡିଆ କିମ୍ବା ଲୋକେ କହୁ ନଥିଲେ। ପର୍ଯ୍ୟାୟକ୍ରମେ ବହୁତ ଗୁଡିଏ ଭୁଲ ହୋଇଛି। ସେ ଭୁଲ ସବୁ ସୁଧାରିଛନ୍ତି କି ନାହିଁ, ଠିକ ଭାବେ ତଦନ୍ତ ହୋଇଛି କି ନାହିଁ ଅଧ୍ୟୟନ କଲା ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button